ପାଟନା,୧।୯: ବିହାର ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଠାରେ ଥିବା ସୀତାମରହି ଜେଲ୍ରେ ଜଣେ ଅପରାଧୀ ଜେଲ୍ ଭିତରେ କେକ୍ କାଟି ନିଜ ଜନ୍ମଦିନ ପାଳିବାର ଏକ ଭିଡିଓ ଓ କିଛି ଫଟୋ ସାମ୍ନାକୁ ଆସିଛି। ପିଣ୍ଟୁ ତିଓ୍ବାରି ନାମକ ଏହି ଅପରାଧୀ ଜେଲ୍ ପୋଷାକ ପରିବର୍ତ୍ତେ କଳା ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ସାଥିମାନଙ୍କ ଗହଣରେ ଜେଲ୍ ପରିସରରେ ଗଛରେ ବେଲୁନ୍ ସଜାଇ କେକ୍ କାଟିଛନ୍ତି।
କେବଳ ସେତିକି ନୁହେଁ ସେଠାରେ ତାଙ୍କୁ ଅନ୍ୟମାନେ ଉପହାର ପ୍ରଦାନ କରିବା ସହ ଭୋଜିର ମଧ୍ୟ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଏହା କାହା ଅନୁମତିରେ କରାଯାଇଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଭିଡିଓଟି ଭାଇରାଲ ହେବା ପରେ ଏବେ ଜେଲ୍ର ୪ ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।