Categories: ଜାତୀୟ

ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ଙ୍କୁ ଘାରିଲା ଭାରତର ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ,୬।୯: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ଚିଦାମ୍ବରମଙ୍କୁ ଶେଷରେ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଦୀର୍ଘ ୧୪ ଦିନ କାଳ ଅର୍ଥାତ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲରେ ରହିବେ। ତିହାର୍‌ ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ୍‌ କେବଳ ଏତିକି କହିଥିଲେ, ମୋତେ କେବଳ ଏବେ ଭାରତର ଅର୍ଥନୀତି ଚିନ୍ତା ରହିଛି। ଏନେଇ ସେ କେନ୍ଦ୍ର ସରକାରଙ୍କୁ ଉପରେ ବର୍ଷିଥିଲେ। ତେବେ ତିହାର ଜେଲରେ ଏହି ପୂର୍ବତନ କେନ୍ଦ୍ର ଅର୍ଥ ଓ ଗୃହମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଅବଶ୍ୟ ଜେଲର ଅନ୍ୟ କଏଦୀଙ୍କ ଭଳି ଚିଦାଙ୍କ ସହ ବ୍ୟବହାର କରାଯିବ ବୋଲି ତିହାର କର୍ତ୍ତୃପକ୍ଷ କହିଛନ୍ତି। ହେଲେ ଚିଦାଙ୍କ ଓକିଲ କପିଲ ଶିବଲ କୋର୍ଟରେ ତାଙ୍କୁ ଜେଲରେ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଥିସହ ସ୍ବତନ୍ତ୍ର ଚଷମା ନେବାକୁ କୋର୍ଟ ଅନୁମତି ଦିଅନ୍ତୁ ବୋଲି ସେ କହିଥିଲେ।

Share