Categories: ଜାତୀୟ

ଜେଲ୍‌ ନଂ ୨ରେ କେଜ୍‌ରିଓ୍ବାଲଙ୍କ ସହ ଅଛନ୍ତି ଏତିକି କଏଦୀ

ନୂଆଦିଲ୍ଲୀ,୧୫ା୪: ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେର୍‌ଫେର୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲ୍‌ରେ ରହିଛନ୍ତି। ତେବେ ସେ ସୁପ୍ରିମକୋର୍ଟରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି, ଯାହା ଆଜି ସୋମବାର ଶୁଣାଣି ହେବ। କେଜ୍‌ରିଓ୍ବାଲ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ତିହାର ଜେଲ୍‌ରେ ରହିଛନ୍ତି। ତାଙ୍କୁ ତିହାର ଜେଲ୍‌ରେ ଏପରି ସ୍ଥାନରେ ରଖାଯାଇଛି, ଯେଉଁଠାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କଡ଼ା ସୁରକ୍ଷା ରହିଛି। ଏପରିକି ସେଠାରେ ଏକ ପକ୍ଷୀ ମଧ୍ୟ ହତ୍ୟା କରିପାରିବ ନାହିଁ। କେଜ୍‌ରିଓ୍ବାଲ ଜେଲ୍‌ ନଂ-୨ରେ ରହିଛନ୍ତି।

ଏହି ଜେଲ୍‌ରେ ପ୍ରାୟ ୬୫୦କଏଦୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦୦ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ସିସିଟିଭିର କଡ଼ା ନଜରରେ ରହିଛନ୍ତି।

Share