ଜେଲ କଏଦୀଙ୍କୁ ମାସ୍କ ବଣ୍ଟନ

ଆର.ଉଦୟଗିରି,୧୨।୫(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରିର ସାପ୍ତାହିକ ହାଟ ଓ ଜେଲର କଏଦୀମାନଙ୍କୁ ମଙ୍ଗଳବାର କୃଷି ବିଜ୍ଞାନ କେନ୍ଦ୍ର, ଇସାରା ଓ ଲିପିକା ଏନ୍‌ଜିଓର ପ୍ରୟାସରେ ୨୦୦ଟି ମାସ୍କ ବଣ୍ଟନ କରାଯାଇଛି। ଏହି ଅବସରରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ଓ ବିଡିଓ ପ୍ରଦୀପ କୁମାର ନାୟକ ଉପସ୍ଥିତ ରହି ମାସ୍କ ନ ପିନ୍ଧି ନ ଥିବା ଲୋକଙ୍କୁ ମାସ୍କ ବାଣ୍ଟିବା ସହ ସଚେତନତା କରିଥିଲେ। ଏଥିସହ ଗାଁରେ ମାସ୍କ ନ ପିନ୍ଧି ବଜାରରେ ବୁଲୁଥିବା ଲୋକଙ୍କୁ ଫୁଲ ମାଳ ପିନ୍ଧାଇ ହାଟରୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛ। ସର୍ବଦା ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ର ଗଜପତି ବୈଜ୍ଞାନିକ ଇଁ. ଦ୍ବାରିକା ମୋହନ ଦାସ, ଡ. ରଶ୍ମିତା ଟପୋ ଏବଂ ସନ୍ଦୀପ ମଣ୍ଡି ପରିଚାଳନା କରିଥିଲେ।