ଜେଲ ଗଲେ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ

କଟକ ଅଫିସ/ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଜେଲ ଗଲେ ଗ୍ୟାଙ୍ଗ୍‌ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା। କଟକ ସିଜେଏମ୍‌ କୋର୍ଟରେ ଗୁରୁବାର ହାଜର କରାଯିବା ପରେ ତାଙ୍କୁ ଜେଲ ପଠାଯାଇଛି।

ସୂଚନାଯୋଗ୍ୟ, ୨୦୦୪ରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ ନାମରେ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ କଟକ ସିଜେଏମ୍‌ କୋର୍ଟରେ ଏସ୍‌ଟି କେସ୍‌(ନଂ-୨୦୩/୧୯) ବିଚାରାଧୀନ ଥିଲା। ତେବେ କୋର୍ଟଙ୍କ ଧାର୍ଯ୍ୟ ତାରିଖରେ ରାଜା ହାଜର ନ ହେବାରୁ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ଏହା ବଳରେ ତାଙ୍କୁ କଟକ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ୱରର ବରଗଡ଼ ଅଞ୍ଚଳରୁ ବୁଧବାର ଗିରଫ କରିଥିଲା।

Share