ଜେଲ, ମେଡିକାଲ ପରିସରରେ ରକ୍ଷାବନ୍ଧନ

ସୋରଡ଼ା,୧୫।୮(ଡି.ଏନ୍‌.ଏ.)- ସ୍ବାଧୀନତା ଦିବସ, ରକ୍ଷାବନ୍ଧନ ଉପଲକ୍ଷେ ବିବେକାନନ୍ଦ ଯୁବ ପରିଷଦ ପକ୍ଷରୁ ସ୍ଥାନୀୟ ସବ୍‌ ଜେଲ ପରିସରରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏଥିରେ ଅନ୍ତେବାସୀଙ୍କୁ ପୁଷ୍ପ ଦେଇ ରକ୍ଷାବନ୍ଧର ମହତ୍ୱ ବିଷୟରେ କୁହାଯାଇଥିଲା। ସେହିପରି ମେଡିକାଲ ପରିସରରେ ରୋଗୀଙ୍କୁ ଫଳ ବଣ୍ଟନ ସହ ସମ୍ପର୍କିୟମାନଙ୍କୁ ରଖୀ ବନ୍ଧା ଯାଇଥିଲା। ପରିଷଦ ସଭାପତି ଲକ୍ଷ୍ମୀପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରମୋଦ ପଟ୍ଟନାୟକ, ଉମା ମହାପାତ୍ର, ଶିବସୁଆର, ଅମ୍ବିକା ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।