Categories: ଜାତୀୟ

ଜେସିବି-ଡମ୍ପର ସମେତ ୯ ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ

ଦନ୍ତଓ୍ବାଡା,୨୪।୧୧: ଛତିଶଗଡ଼ ଦନ୍ତଓ୍ବାଡାରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଏହାକୁ ମାଓବାଦୀମାନେ ବିରୋଧ କରିଛନ୍ତି। ସେମାନେ ଜେସିବି-ଡମ୍ପର ସମେତ ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share