Categories: ବାଣିଜ୍ୟ

ଜେ ଆଣ୍ଡ କେ ବ୍ୟାଙ୍କ ସରକାରଙ୍କ ନିୟନ୍ତ୍ରଣକୁ ଆସିବ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ କେନ୍ଦ୍ର ସରକାର ଜେ ଆଣ୍ଡ କେ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେବେ। ବର୍ତ୍ତମାନ ଏହି ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଏହା ରାଜ୍ୟର ସବୁଠାରୁ ପ୍ରମୁଖ ବ୍ୟାଙ୍କ ଯାହାର ଶାଖା ସମ୍ପୂର୍ଣ୍ଣ ରାଜ୍ୟରେ ରହିଛି। ସରକାର ଏହି ବ୍ୟାଙ୍କକୁ ନିଜ ନିୟନ୍ତ୍ରଣରେ ନେବା ପରେ ବ୍ୟାଙ୍କ ବୋର୍ଡ ସମେତ ସମସ୍ତ ମହତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେବାର ଅଧିକାର ପାଇଯିବେ। ଏବେ ଏହି ଅଧିକାର ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଏହା ବର୍ତ୍ତମାନ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେବ। ଏବେ ରାଜ୍ୟ ସଚିବଙ୍କ ନିକଟରେ ଏହି ବ୍ୟାଙ୍କର ୫୫.୮୯ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିକଟରେ ୩.୩୪% ଅଂଶଧନ ରହିଛି। ବ୍ୟାଙ୍କକୁ ଅଧିକାଂଶ ଆର୍ଥିକ ସହାୟତା ରାଜ୍ୟ ସରକାର ଦେଇ ଆସୁଥିଲେ। ଏହାସତ୍ତ୍ୱେ ଏହାକୁ ଘରୋଇ ସେକ୍ଟର ବ୍ୟାଙ୍କ କୁହାଯାଉଛି।

Share