Categories: ଜାତୀୟ

ଜୈଶ୍‌ ଆତଙ୍କବାଦୀ ବଶିର୍‌ ଗିରଫ

ନୂଆଦିଲ୍ଲୀ, ୧୬।୭: ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ବଶିର୍‌ ଅହମ୍ମଦ ମୌଲବୀଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ଦଳ ଗିରଫ କରିଛି। ବଶିର୍‌ଙ୍କୁ ଜମ୍ମୁ-କଶ୍ମୀରର ଶ୍ରୀନଗରଠାରୁ ଗିରଫ କରାଯାଇଛି। ତାଙ୍କ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଦୀର୍ଘ ଦିନ ଧରି ତାଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଦଳ ଖୋଜୁଥିଲା। ବଶିର୍‌ଙ୍କୁ ପରେ ପଚରା ଉଚରା ଜାରି ରହିଛି। ଏନେଇ ଅଧିକ ତଦନ୍ତ କରାଯାଉଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share