Categories: ଖେଳ

ଜୋକୋଭିଚ୍‌ଙ୍କୁ ପ୍ରଥମ ଜାପାନ ଓପନ ଟାଇଟଲ

ଟୋକିଓ,୬।୧୦ (ଏଏଫ୍‌ପି)- ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ପ୍ରଥମ ଥର ପାଇଁ ଜାପାନ ଓପନ ଟାଇଟଲ ଜିତିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଜୋକୋଭିଚ୍‌ ୬-୩, ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ଜନ ମିଲମ୍ୟାନଙ୍କୁ ହରାଇ ଦେଇଛନ୍ତି। ସର୍ବିଆ ଖେଳାଳି ମ୍ୟାଚ୍‌କୁ ମାତ୍ର ଏକ ଘଣ୍ଟା ୯ ମିନିଟ୍‌ରେ ଜିତି ନେଇଥିଲା। ଏହି ଟୁର୍ନାମେଣ୍ଟରେ ଜୋକୋଭିଚ୍‌ ଗୋଟିଏ ହେଲେ ସେଟ୍‌ ହାରି ନାହାନ୍ତି। ୩୨ ବର୍ଷୀୟ ଷ୍ଟାରଙ୍କ ଲାଗି ଏହା କ୍ୟାରିୟରର ୭୬ତମ ଟାଇଟଲ। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ଆହତ ସମସ୍ୟା ଯୋଗୁ ୟୁଏସ୍‌ ଓପନ ୪ର୍ଥ ରାଉଣ୍ଡରୁ ଓହରିଯାଇଥିଲେ।

Share