Categories: ଖେଳ

ଜୋକୋଭିଚ୍‌ଙ୍କୁ ହରାଇ ଥିମ୍‌ ଫାଇନାଲରେ

ପ୍ୟାରିସ, ୮ା୬ -ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲ ୧୧ଥର ଚାମ୍ପିୟନ ସ୍ପେନର ରାଫାଲ ନାଡାଲ ଏବଂ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କ ମଧ୍ୟରେ ହେବ। ଶନିବାର ଶେଷ ହୋଇଥିବା ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ସେମିଫାଇନାଲରେ ଚତୁର୍ଥ ସିଡ୍‌ ଥିମ୍‌ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଜୋକୋଭିଚ୍‌ଙ୍କୁ ୬-୨, ୩-୬, ୭-୫, ୫-୭, ୭-୫ ସେଟରେ ହରାଇ ଦେଇଛନ୍ତି। ପରାଜୟ ଦ୍ୱାରା ଏକାଥରକେ ସମସ୍ତ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବା ଲାଗି ଜୋକୋଭିଚ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଧୂଳିସାତ୍‌ ହୋଇଯାଇଛି। ମ୍ୟାଚଟି ପ୍ରକୃତରେ ଶୁକ୍ରବାର ଆରମ୍ଭ ହୋଇଥିଲା। ମାତ୍ର ବର୍ଷା କାରଣରୁଏହା ୩ଥର ବାଧାପ୍ରାପ୍ତ ହୋଇଥିଲା। ଶନିବାର ଏହି ବିଜୟ ଦ୍ୱାରା ୨୫ବର୍ଷୀୟ ଥିମ୍‌ ଦୁଇଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଅଷ୍ଟ୍ରୀୟ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମ୍ୟାଚ ପରେ ଅଷ୍ଟ୍ରୀୟ ଖେଳାଳି କହିଛନ୍ତି, ମୋ ପାଇଁ ଏହା ଏକ ଅବବିଶ୍ୱସନୀୟ ଦିବସ ଥିଲା। ଥିମ୍‌ ଏହା ପୂର୍ବରୁ କୌଣସି ଏକ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରେ ଥରେ ହେଲେ ଜୋକୋଭିଚ୍‌ଙ୍କୁ ପରାସ୍ତ କରିପାରି ନ ଥିଲେ। ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ରବିବାର ଖେଳାଯିବ।

Share