Categories: ଖେଳ

ଜୋକୋଭିଚ୍‌ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୬ା୭-ଗତଥରର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ସର୍ବୀୟ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ରନର୍ସଅପ୍‌ କେଭିନ ଆଣ୍ଡରସନ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ଜୋକୋଭିଚ୍‌ ତୃତୀୟ ରାଉଣ୍ଡରେ ରବର୍ଟ ହର୍କାଜଙ୍କୁ ୭-୫, ୬-୭ (୫), ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଆର୍ଜେଣ୍ଟିନାର ଗୁଇଡୋ ପେଲା ଚତୁର୍ଥ ସିଡ୍‌ ତଥା ଦକ୍ଷିଣ ଆଫ୍ରିକାର ଆଣ୍ଡରସନଙ୍କୁ ୬-୪, ୬-୩, ୭-୬ (୭-୪)ରେ ହରାଇ ଦେଇଛନ୍ତି। ଏଥିସହିତ ଏକ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାରେ ସେ ପ୍ରଥମ ଥର ପାଇଁ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବିଶ୍ୱର ଏହି ୨୬ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ବର୍ତ୍ତମାନ କାନାଡାର ମିଲୋସ ରାଓନିକ୍‌ଙ୍କୁ ଭେଟିବେ। ରାଓନିକ ଆମେରିକାର ରେଲି ଓପେଲନ୍‌କାଙ୍କୁ ୭-୬ (୭-୧), ୬-୨, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେନର ରବର୍ଟୋ ବଟିଷ୍ଟା ଅଗଟ୍‌, ଫ୍ରେଞ୍ଚ ଖେଳାଳି ବେନଏଟ ପାଇରେ ମଧ୍ୟ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମହିଳା ନମ୍ବର ଓ୍ବାନ ଖେଳାଳି ଡେନମାର୍କର କାରୋଲିନ୍‌ ଓଜନିଆକିଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଶୁକ୍ରବାର ଏକ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚରେ ଚାଇନାର ଝାଙ୍ଗ୍‌ ଶୁଆଇ ୬-୪, ୬-୨ ସେଟ୍‌ରେ ୧୪ତମ ସିଡ୍‌ ଓଜନିଆକିଙ୍କୁ ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ବିଜୟ ଲାଭ କରିଥିବା ଅନ୍ୟ ଖେଳଳିମାନଙ୍କ ମଧ୍ୟରେ ସିମୋନା ହାଲେପ୍‌, ପେଟ୍ରା ମାର୍ଟିକ, ଏଲିନା ସ୍ବିତୋଲିନା ରହିଛନ୍ତି।

Share