Categories: ଖେଳ

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।  ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ଖେଳାଳିଙ୍କ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଜୋକୋଭିଚ୍‌ ୬-୩, ୬-୦ ସିଧାସଳଖ ସେଟ୍‌ରେ ଟେଲର ଫ୍ରିଜ୍‌ଙ୍କୁ ହରାଇ ଦେଇଛନ୍ତି। ଦୁଇଥର ଟୁର୍ନାମେଣ୍ଟ ଚାମ୍ପିୟନ ୨୦୧୬ ଓ୍ବିମ୍ବେଲଡନରେ ସାମ କ୍ୱେରୀଙ୍କଠାରୁ ପରାଜିତ ହେବାପରଠାରୁ ଆମେରିକୀୟ ଖେଳାଳିଙ୍କ ବିପକ୍ଷରେ କ୍ରମାଗତ ୯ମ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ନାଡାଲ ୬-୪, ୬-୧ ସେଟ୍‌ରେ ବୁଲ୍‌ଗେରିଆର ଗ୍ରିଗୋର ଦିମିତ୍ରୋଭଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ନାଡାଲ କ୍ୱାର୍ଟରଫାଇନାଲରେ ଗୁଇଡୋ ପେଲାଙ୍କୁ ଭେଟିବେ। ପେଲା ଇଟାଲୀର ମାର୍କୋ ସେଚିନାଟୋଙ୍କୁ ୬-୪, ୪-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବରୁ ଅନ୍ୟ ଏକ ମ୍ୟାଚରେ ୬ଷ୍ଠ ସିଡ୍‌ ଷ୍ଟିଫାନସ ତିସିତପାସ୍‌ ୬-୧, ୧-୬, ୬-୪ରେ ଡାନିଲ ମେଦଭେଦଙ୍କଠାରୁ ହାରିଯାଇଛନ୍ତି।

Share