Categories: ଖେଳ

ଜୋକୋଭିଚ୍‌ ଚାମ୍ପିୟନ

ନ୍ୟୁୟର୍କ,୧୧ା୯: ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୩, ୭-୬(୫) ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। ମ୍ୟାଚ୍‌ଟି ୧ ଘଣ୍ଟା ୪୪ ମିନିଟ ଧରି ଚାଲିଥିଲା। ଏହା ସହିତ ବୟସ୍କ ଖେଳାଳି ଭାବରେ ୟୁଏସ୍‌ ଓପନ ବିଜେତା ହେବାର ରେକର୍ଡ ନିଜ ନାମରେ କରିଛନ୍ତି ୩୬ ବର୍ଷୀୟ ଜୋକୋଭିଚ୍‌। ଏହା ସହିତ ୨୦୨୧ ସଂସ୍କରଣ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି। ଉଭୟଙ୍କ ଖେଳିବା ଶୈଳୀ ପ୍ରାୟ ଏକା ଭଳି ହୋଇଥିବାରୁ କେହି କାହାରିକୁ ଛାଡିବାକୁ ପ୍ରସ୍ତୁତ ନ ଥିଲେ। ତେବେ ଜୋକୋଭିଚ୍‌ ନିଜ ଅଭିଜ୍ଞତା ଆଧାରରେ କ୍ୟାରିୟରର ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି।

Share