Categories: ଜାତୀୟ

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ମହାରାଷ୍ଟ୍ରରେ ଏଭଳି ଚିକିତ୍ସା ପ୍ରତି ଲୋକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ରହିଥାଏ। ଦେଶର ବିଭିନ୍ନ ଅଞ୍ଚଳରେ ଜୋକ ଦ୍ୱାରା ରୋଗ ଚିକିତ୍ସା କରାଯାଇଥାଏ। ଗତ ୧୦ ବର୍ଷ ମଧ୍ୟରେ ଏହି ଚିକିତ୍ସା ୧୩ ଗୁଣା ମହଙ୍ଗା ହୋଇଛି। ପ୍ରତିବର୍ଷ ଏହି ଚିକିତ୍ସା ପାଇଁ ୧୨ କୋଟି ଟଙ୍କାର ଜୋକ ବିକ୍ରି ହୋଇଥାଏ। ଦେଶରେ ଶହେରୁ ଅଧିକ ଜୋକ ସପ୍ଲାୟର ଅଛନ୍ତି। ଗୋଟିଏ ଗୋଟିଏ ଜୋକକୁ ୨ଶହରୁ ୨ ଶହ ୫୦ ଟଙ୍କାରେ ବିକ୍ରି କରାଯାଇଥାଏ। ଅଧିକ ଚାହିଦା ହେଲେ ଏହାର ଦାମ୍‌ ୫ ଶହରେ ପହଞ୍ଚିଥାଏ। ୧୦ ବର୍ଷ ତଳେ ଗୋଟିଏ ଜୋକର ଦାମ୍‌ ୧୦ରୁ ୧୫ ଟଙ୍କା ଥିବାବେଳେ ଏବେ ଏହା ମହଙ୍ଗା ହେବାରେ ଲାଗିଥିବା ଏକେ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

Share