ଜୋତା ସଫା କରିବାର ସହଜ ଉପାୟ

ବଜାରରେ ଆଜିକାଲି ସୁନ୍ଦର ଓ ମହଙ୍ଗା ଜୋତା ବିକ୍ରି ହେଉଛି। ଏହାକୁ କିଣିବା ପରେ ଅପରିଷ୍କାର ହେଲେ ସଫା କରିବା ପାଇଁ ବଜାରରୁ ନାନା ପ୍ରକାରର ଜିନିଷ ଆଣିଥାଉ। ଆଉ ଏଥିପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ହେଲେ ଅଳ୍ପ ଖର୍ଚ୍ଚରେ ଘରେ ଉପଲବ୍ଧ ଥିବା କିଛି ସାମଗ୍ରୀକୁ ବ୍ୟବହାର କରାଯାଇ ଜୋତାକୁ ସଫା କରାଯାଇପାରିବ। ଏପରିକି ଜୋତାରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର କରିବା ପାଇଁ ଏହି ସାମଗ୍ରୀକୁ ବ୍ୟବହାର କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ତେବେ ଜାଣନ୍ତୁ  ଜୋତା ସଫା କରିବାର ସହଜ ଉପାୟ ସମ୍ପର୍କରେ…
*ବାସି ରୁଟି: ବାସି ରୁଟି, ଯାହା ଖାଇବା ଉପଯୋଗୀ ହୋଇ ନ ଥିବ ତା’ଦ୍ୱାରା ଚମଡା ଜୋତାକୁ ସଫା କରାଯାଇପାରିବ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ସତ। ଅଳ୍ପ ଖଣ୍ଡେ ବାସି ରୁଟିକୁ ନେଇ ଜୋତାରେ ଘସିଲେ କିଛି ସମୟ ପରେ ଦେଖିବେ ଏହା ସଫା ହେବା ସହ ଉଜ୍ୱଳ ଦେଖାଯାଉଛି।
*ନେଲ୍‌ପଲିସ ରିମୁଭର: ଧଳା ଜୋତାକୁ ସଫା କରିବା ପାଇଁ ନେଲ୍‌ପଲିସ ରିମୁଭର୍‌ ମଧ୍ୟ ପ୍ରୟୋଗ କରିପାରିବେ। ଏହାଦ୍ୱାରା ଖୁବ୍‌ଶୀଘ୍ର ଜୋତାକୁ ସଫା କରାଯାଇପାରିବ। ସେହିପରି ଚମଡ଼ା ଜୋତାରେ କୌଣସି କଟା ଦାଗ ଥିଲେ, ଏହାକୁ ହଟାଇବା ପାଇଁ ନେଲ୍‌ପଲିସ ରିମୁଭର ଓ ପେଟ୍ରୋଲିୟମ ଜେଲିର ବ୍ୟବହାର କରିପାରିବେ।
*ମହିଳାମାନେ ହାଇ ହିଲ୍‌ ସଫା କରିବା ପାଇଁ ବ୍ଲୋ ଡ୍ରାୟରର ବ୍ୟବହାର କରିପାରିବେ।
*ଚମଡ଼ା ଜୋତାରେ ପାଣି ପଡ଼ି ଦାଗ ହୋଇଯାଇଥିଲେ ଭିନେଗାର୍‌ ଓ ଟୁଥ୍‌ ବ୍ରଶ ବ୍ୟବହାର କରି ଏହାକୁ ସଫା କରିପାରିବେ।
* ଯଦି ଜୋତାରୁ ଦୁର୍ଗନ୍ଧ ବାହାରୁଛି, ତା’ହେଲେ ଏହା ଉପରେ ଶୁଖି ଯାଇଥିବା ଗ୍ରୀନ ଟି ବ୍ୟାଗ ରଖନ୍ତୁ। ଦେଖିବେ ଜୋତାରୁ ଦୁର୍ଗନ୍ଧ ଆସିବ ନାହିଁ।

Share