Categories: ଖେଳ

ଜୋତା ପଲିସ୍‌ କରୁଛନ୍ତି ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ପ୍ରତିଦିନ ଧୋନୀଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହେଉଛି। ସେନା କ୍ୟାମ୍ପରେ ଧୋନୀଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଫଟୋରେ ଧୋନୀ ସେନା ପୋଷାକ ପିନ୍ଧି ଜୋତା ପଲିସ୍‌ କରୁଥିବାର ଦେଖାଯାଇଛି। ବୋଧହୁଏ ରୁମ୍‌ରେ ବସି ନିଜ ଜୋତା ପଲିସ୍‌ କରୁଛନ୍ତି। ପାଖରେ ଏକ ଛୋଟ ଖଟ ପଡିଥିବାର ଫଟୋରେ ଦେଖାଯାଉଛି। ବର୍ଷକୁ ୨୦୦କୋଟି ଉର୍ଦ୍ଧ୍ୱ ଟଙ୍କା କମାଉଥିବା ଧୋନୀଙ୍କୁ ସାଧାରଣ ସେନାଙ୍କ ଭଳି କାମ କରିବାକୁ ୟୁଜର୍ସ ପସନ୍ଦ କରିଛନ୍ତି। ଧୋନୀ ଏବେ ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ସୋପିୟାଂ ଏବଂ ଅନନ୍ତନାଗରେ ଅନ୍ୟ ସୈନ୍ୟଙ୍କ ଭଳି ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ।

Share