Categories: ଖେଳ

ଜୋନାଥନ ହଲ୍‌ ଆଇସିସିର ଜେନେରାଲ କନସେଲ୍‌

ଦୁବାଇ, ୨୨ା୮ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗୁରୁବାର ଜେନାଥନ ହଲ୍‌ଙ୍କୁ ଏହାର ଜେନେରଲ କନ୍‌ସଲ ଏବଂ କମ୍ପାନୀ ସେକ୍ରେଟାରୀ ଭାବେ ମନୋନୀତ କରିଛି। ହଲ୍‌ଙ୍କର ଲୌରିଅସ୍‌ ଏବଂ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ସମେତ ବହୁ ଅନ୍ତର୍ଜାତୀୟ ଓ ୟୁକେ କ୍ରୀଡ଼ା ସଂଗଠନର ସିନିୟର ପରାମର୍ଶଦାତା ଭବେ ସଫଳତାର ସହିତ ଦାୟିତ୍ୱ ତୁଲାଇ ଆସିଛନ୍ତି। ସେ ଦି ଫୁଟ୍‌ବଲ ଆସୋସିଏଶନ (ଦି ଏଫ୍‌ଏ) ପାଇଁ ପ୍ରଥମେ ଡାଇରେକ୍ଟର ଅଫ୍‌ ଗଭର୍ନାନ୍ସ ପଦବୀରେ ନିଯୁକ୍ତି ପାଇଥିଲେ। ପରେ ସେ ଫୁଟ୍‌ବଲ ସର୍ଭିସ ଡିଭିଜନର ଡାଇରେକ୍ଟର ହୋଇଥିଲେ। ଏଫ୍‌ଏରେ ଯୋଗଦାନ ପୂର୍ବରୁ ହଲ୍‌ ରଗ୍‌ବୀ ଫୁଟ୍‌ବଲ ୟୁନିୟନ (ଆର୍‌ଏଫ୍‌ୟୁ)ର ଜେନେରାଲ କନସେଲ ଏବଂ କମ୍ପାନୀ ସେକ୍ରେଟୋରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଆଇଏମ୍‌ଜିର ସିନିୟର ଇଣ୍ଟରନ୍ୟାଶନାଲ ଭାଇସ୍‌ପ୍ରେସିଡେଣ୍ଟ, ଲିଗାଲ ଆଫାୟର୍ସ ଦେଖାଚାହଁ କରୁଥିଲେ। ଏଥିରେ କ୍ରିକେଟ, ଫୁଟ୍‌ବଲ, ରଗ୍‌ବୀ, ଟେନିସ ଓ ଗଲ୍‌ଫ ଆଦି ଖେଳର ବ୍ୟବସାୟିକ ଆଇନଗତ ବ୍ୟାପାର ଅନ୍ତର୍ଭୁକ୍ତ। ହଲ୍‌ ସେପ୍ଟେମ୍ବର ମଧ୍ୟ ଭାଗରେ ଦାୟିତ୍ୱ ଗ୍ରହଣ କରିବେ। ସ୍ଥାନୀୟ ଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ ଅବସ୍ଥାପିତ ହେବେ। ଆଇସିସି ସିଇଓ ମନୁ ସାହନେ କହିଛନ୍ତି, ଜୋନାଥନଙ୍କ ଭଳି ପ୍ରଚୁର ଅଭିଜ୍ଞା ସମ୍ପନ୍ନ ବ୍ୟକ୍ତି ପାଇଁ ମୁଁ ଆନନ୍ଦିତ। ହଲ୍‌ କହିଛନ୍ତି ମୁଁ ଜଣେ କ୍ରିକେଟପ୍ରେମୀ। ଜଣେ ପ୍ରଫେସନାଲ ହିସାବରେ କ୍ରିକେଟ ପାଇଁ କିଛି କରି ଦେଖାଇବାକୁ ଚାହିଁବି।

Share