ପୁରୀ ଅଫିସ, ୨୯ା୬: ଜୁଲାଇ ୪ରେ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥକାମ। ଗୁରୁବାର ତୃତୀୟ ଭୂଇଁ କାଠ ଉଠି ବଡ଼ ଥାଳି ପୋଟଳ ଉଠିଥିଲା। ତେରପରସ୍ତ ପୋଟଳ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ଦୁଆର ବେଢ଼ା କାମ ଆରମ୍ଭ ହୋଇଛି। ରଥଖଳାରେ ଅଁଳା ହଣା ଚାଲିଛି। ସୁଭଦ୍ରା ରଥର ପାରାଭାଡି ସମାପ୍ତ ହୋଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ପାରାଭାଡି ପ୍ରସ୍ତୁତି ଚାଲିଛି। ରୂପକାର ସେବକମାନେ ନାଟଗୋଡ଼ ଓ ସିଂହାସନ ଖୋଦେଇ କରୁଛନ୍ତି। ପ୍ରତ୍ୟେକ ରଥର ୪ଟି ଲେଖାଏଁ ନାଟଗୋଡ଼ ସମାପ୍ତ ହୋଇଛି ବୋଲି ତାଳଧ୍ୱଜ ରଥର ରୂପକାର ଚିତ୍ତରଞ୍ଜନ ମହାପାତ୍ର କହିଛନ୍ତି। ତିନିରଥର ଚାର ପରଶା ଖୋଦେଇ ଶେଷ ହୋଇଛି। ଦୋଳବେଦିରେ କମାର ସେବକ ପୋଟଳ କଣ୍ଟା ପ୍ରସ୍ତୁତ କରୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚିତ୍ରକାର ସେବକମାନେ ପାର୍ଶ୍ୱଦେବଦେବୀଙ୍କୁ ରଙ୍ଗ ଦେଉଛନ୍ତି। ଏଥିସହିତ ତିନି ରଥର ରଙ୍ଗ କାମ ଚାଲିଛି।