ଜୋର ଧରୁଛି ମେଡିକାଲ କଲେଜ ଦାବି

ଫୁଲବାଣୀ ଅଫିସ, ୧୧ା୯- କନ୍ଧମାଳ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିବାରେ ଲାଗିଛି ା ମଙ୍ଗଳବାର ମିଳିତ ନାଗରିକ ମଞ୍ଚ ଏହି ଦାବିକୁ ଜୋରଦାର କରିଛି ା ବାର ଆସୋସିଏଶନ, ପ୍ରେସ କ୍ଲବ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସଂଘ, ଟ୍ରକ, ବସ୍‌ ଓ ଅଟୋ ଚାଳକ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କୁ ନେଇ ଗଠିତ ମିଳିତ ନାଗରିକ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। କନ୍ଧମାଳ ଏକ ପଛୁଆ ତଥା ଆଦିବାସୀ ଜିଲା ା ଏଠାକାର ଲୋକେ ସ୍ବାସ୍ଥ୍ୟସେବା ଭଳି ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି। ସମାନ୍ୟ ରୋଗ ହେଲେ କଟକ ବଡ ମେଡିକାଲ, ବ୍ରହ୍ମପୁର, ଭୁବନେଶ୍ୱର ଯାଇଥାନ୍ତି। ୧୦ ବର୍ଷ ହେଲା ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଦାବି ହୋଇଆସୁଛି ା ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ବୌଦ୍ଧ, ସୋନପୁର ଓ ନୟାଗଡ ଜିଲାବାସୀ ମଧ୍ୟ ଉପକୃତ ହେବେ। ନିକଟରେ କେନ୍ଦ୍ର ସରକାର ଦେଶରେ ୭୫ଟି ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିରୁ କନ୍ଧମାଳରେ ଗୋଟିଏ ପ୍ରତିଷ୍ଠା କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ମଞ୍ଚ ଆହାକକ ଅଶୋକ ପରିଡାଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର କର୍ମକର୍ତା ତଥା ଆଇନଜୀବୀ ବିଜୟ କୁମାର ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, ପ୍ରମୋଦ କୁମାର ମଣ୍ଡଳ, ନବୀନ କିଶୋର ପଣ୍ଡା, ସଞ୍ଜୟ ନାରାୟଣ ମହାପାତ୍ର, ଅଶୋକ କୁମାର ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଜିଲାବାସୀ ଜିଲାପାଳ ଡା. ବୃନ୍ଦା ଡିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

Share