ଜ୍ୟାକଲିନ୍‌ଙ୍କ ସହ ମନଖୋଲି ନାଚିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଦବଙ୍ଗ ୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଏହା ରିଲିଜ୍‌ ହେବାକୁ ଥିବାବେଳେ ଦର୍ଶକମାନେ ଉତ୍ସୁକତାର ସହ ଅପେକ୍ଷାରେ କରିଛନ୍ତି। ନିକଟରେ ସଲ୍‌ମାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନାୟିକା ଜ୍ୟାକ୍‌ଲିନଙ୍କ ସହ ଖୁବ୍‌ ନାଚିଛନ୍ତି। କୁହାଯାଉଛି ଏହା ଦବଙ୍ଗ ଫିଲ୍ମ ପ୍ରମୋଶନ ସମୟର। ଏଥିରେ ଭାଇଜାନ୍‌ ‘ମୁନ୍ନି ବଦନାମ୍‌ ହୁଇ’ ଗୀତରେ ଠୁମ୍‌କା ଲଗାଉଥିବା ଦେଖାଯାଇଛି। କେବଳ ଜ୍ୟାକ୍‌ଲିନ ନୁହେଁ ଅନ୍ୟ କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି। କୁହାଯାଉଛି ଏହା ଦବଙ୍ଗ ଟୁର୍‌ ସମୟର ଭିଡିଓ। ଆଉ ଭାଇଜାନ୍‌ ବିଦେଶରେ ଦବଙ୍ଗ ଟିମ୍‌ ସହ ପର୍‌ଫର୍ମ କରିବାକୁ ଯାଇଛନ୍ତି। ସୂଚନା ମୁତାବକ ‘ମୁନ୍ନି ବଦନାମ ହୁଇ’ ଦବଙ୍ଗ ସିରିଜ୍‌ର ପ୍ରଥମ ଆଇଟମ୍‌ ସଙ୍ଗ।

Share