ଜ୍ୟାକ୍‌ଲିନ୍‌ଙ୍କ ସହ ଆଲବମ୍‌ରେ ନଜର ଆସିବେ ଆସିମ୍‌

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ରନର୍ସ ଅପ୍‌ ହୋଇଥିଲେ ଜାମ୍ମୁ-କଶ୍ମୀର ମଡେଲ ଆସିମ ରିଆଜ। ପ୍ରତିଯୋଗୀ ଭାବେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ କରିଥିବା ଆସିମ୍‌ଙ୍କ ଲୋକପ୍ରିୟତା ଏବେ ଶୀଖର ଛୁଉଁଛି। ତାଙ୍କ ହାତରେ ଏବେ ଗୋଟିଏ ପରେ ଗୋଟିଏ ବଡ଼ ପ୍ରୋଜେକ୍ଟ। ସେଗୁଡ଼ିକ ମଧ୍ୟରୁ କିଛିର ଖୁଲାସା ହୋଇଥିବା ବେଳେ ଆଉ କିଛିକୁ ନେଇ ଚର୍ଚ୍ଚା ହେଉଛି। ପ୍ରଥମେ ତାଙ୍କୁ କରନ୍‌ ଜୋହରଙ୍କ ଫିଲ୍ମରେ ଲିଡ୍‌ ରୋଲରେ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା। ହେଲେ ପରେ ତାହା ମିଥ୍ୟା ବୋଲି ଜଣାପଡ଼ିଥିଲା। ଏବେ କିନ୍ତୁ ସେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିସ୍‌ଙ୍କ ସହ ଏକ ଆଲବମ୍‌ରେ କାମ କରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ ଆସିମ ଓ ଜ୍ୟାକ୍‌ଲିନ୍‌ ପ୍ରାକ୍ଟିସ୍‌ କରୁଥିବା ଦେଖାଯାଇଛି।

ବିଗ୍‌ବସ୍‌ ଶୋ’ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଳା। ହେଲେ ସମସ୍ତଙ୍କ ମନ ଜିଣିଥିଲେ ଆସିମ୍‌। ଖ୍ୟାତନାମା ଜନ୍‌ ସିନା ତାଙ୍କ ପାଇଁ ଭୋଟିଂ କ୍ୟାମ୍ପେନ୍‌ କରିଥିଲେ। ଏହା ବଜ୍‌ ପାଲଟିଥିଲା। ଏହାଛଡ଼ା ଶୋ’ରେ ହିଂମାଶୀଙ୍କୁ ମନ ଦେଇଥିଲେ ଆସିମ। ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଇ ନ ଥିଲା। ଶୋ’ ସରିବା ପରେ ଏବେ ପ୍ରାୟ ପ୍ରତିଦିନ ଉଭୟଙ୍କ କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share