Categories: ବାଣିଜ୍ୟ

ଜ୍ୟୁରିକ ବିଶ୍ୱର ସବୁଠାରୁ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ସହର

ନୂଆଦିଲ୍ଲୀ,୨୩-୧୧: ନିକଟରେ ପ୍ରକାଶିତ ଗ୍ଲୋବାଲ ପ୍ରସପେରିଟି ଇଣ୍ଡେକ୍ସ ବା ବିଶ୍ୱ ପ୍ରାଚୁର୍ଯ୍ୟପୂର୍ଣ୍ଣ ସୂଚୀରେ ଭାରତର ବାଙ୍ଗାଲୋର ୮୩ତମ ସ୍ଥାନରେ ରହିଛି। ଏହି ତାଲିକାରେ ଥିବା ବିଶ୍ୱର ମୋଟ ୧୧୩ ସହର ମଧ୍ୟରୁ ଦିଲ୍ଲୀ ୧୦୭ ଏବଂ ମୁମ୍ବାଇ ୧୦୭ତମ ସ୍ଥାନରେ ରହିଥିବା ଜଣାପଡିଛି। ତାଲିକାର ପ୍ରଥମ ସ୍ଥାନରେ ସୁଇଜରଲାଣ୍ଡର ଜ୍ୟୁରିକ୍‌ ପ୍ରଥମସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଭିଏନା ଏବଂ ତୃତୀୟ ସ୍ଥାନରେ କୋପେନହାଗେନ ରହିଛି। ଚତୁର୍ଥ ସ୍ଥାନରେ ଲକଜମବର୍ଗ, ପଞ୍ଚମରେ ହେଲସିଙ୍କି, ଷ୍ଟଷ୍ଟରେ ତାଇପେ, ସପ୍ତମରେ ଓସ୍ଲୋ, ଅଷ୍ଟମରେ ଓଟାଓ୍ବା, ନବମରେ କିଲ, ଏବଂ ଦଶମରେ ଜେନିଭା ରହିଛି। ଲଣ୍ଡନ ୩୩ତମ ଏବଂ ନ୍ୟୁୟର୍କ ୩୮ତମ ସ୍ଥାନରେ ରହିଥିବା ଜଣାପଡିଛି। ସ୍ପେନର ବିଲବାଓଠାରେ ପ୍ରଥମଥର ଲାଗି ଶୁକ୍ରବାର ପ୍ରକାଶିତ ପ୍ରସପେରିଟି ଆଣ୍ଡ ଇନକ୍ଲୁଜନ ସିଟି ସିଲ ଆଣ୍ଡ ଆଓ୍ବାର୍ଡସ ଇଣ୍ଡେକ୍ସରେ ସହରଗୁଡିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସହରଗୁଡିକର କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ ଏହାର ଜନସଂଖ୍ୟା ମଧ୍ୟରେ ଗୁଣବତ୍ତା ଏବଂ ବଣ୍ଟନ କ୍ଷେତ୍ରକୁ ମଧ୍ୟ ବିଚାର କରାଯାଇଛି।

Share