ଭୋପାଳ,୧୮।୨: ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ଥିବା ଦୁଇ ନେତାଙ୍କ ମଧ୍ୟରେ ତୁତୁ ମେମେ ଥମିବାର ନାଁ ନେଉନି। ମୁଖ୍ୟମନ୍ତ୍ରୀ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ମତଭେଦ ଏବେ ନୂଆ ମୋଡ ନେଇଥିବା ଆଲୋଚନା ହେଉଛି। ଶୁଣିବାକୁ ମିଳୁଛି କି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟ ସଭା ଯିବାକୁ ଅଟକାଇବାକୁ କମଳନାଥ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ଯିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ୩ ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ଏଥିମଧ୍ୟରୁ ୨ଟି କଂଗ୍ରେସ ଖାତାକୁ ଆସୁଛି। ଏହି ଦୌଡରେ ସାମିଲ ହେବାକୁ ଦିଗ୍ବିଜୟ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ବରିଷ୍ଠ ନେତା ଥିବା ବେଳେ ପ୍ରିୟଙ୍କାଙ୍କ ନାଁ ଉଠିବା ରାଜନୀତି ମଇଦାନରେ ଆଲୋଚନାର ବିଷୟ ପାଲଟିଛି।