Categories: ଜାତୀୟ

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାଙ୍ଗରେ ଲାଗିଲା ମୋଦି- ଅମିତ ଶାହଙ୍କ ପୋଷ୍ଟର: ବଢ଼ିଲା ରାଜନୈତିକ ଉଷ୍ମତା

ଭୋପାଳ,୧୧।୧୦: ମଧ୍ୟପ୍ରଦେଶ କଂଗ୍ରେସରେ ରାଜନୈତିକ ଦଳ ମଧ୍ୟରେ କିଛି ସମୟ ଧରି କନ୍ଦଳ ଚାଲିଥିବା ବେଳେ ପୂର୍ବତନ ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରରେ ସିନ୍ଧିଆଙ୍କ ସହ ଗ୍ବାଲିୟରର ରାଜା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଭିଣ୍ଡ ଅଞ୍ଚଳର ଅଟେରରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ବନ୍ୟାପୀଡ଼ିତଙ୍କୁ ଭେଟିବା ପାଇଁ ସିନ୍ଧିଆ ପହିଞ୍ଚିଥିଲେ। ସିନ୍ଧିଆଙ୍କୁ ସ୍ବାଗତ ଜଣାଇବା ପାଇଁ ଭିଣ୍ଡରେ ଭାଜପା ପକ୍ଷରୁ ଏକ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରରେ ସିନ୍ଧିଆଙ୍କ ସାଙ୍ଗରେ ଗ୍ବାଲିୟର ରାଜା, ମୋଦି ଓ ଅମିତ ଶାହଙ୍କ ଫଟୋ ଲାଗିଛି। ଯାହା ଏବେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।

Share