Categories: ଜାତୀୟ

ଜ୍ୱର ସାଜିଲା ପ୍ରତିବନ୍ଧକ: କଲ୍ୟାଣ ସିଂ ଏଡିସି ଗ୍ରାମବାସୀ ଦେଲେନି ଭୋଟ

ଢ଼ଳାଇ,୨୩।୪: ଗାଁରେ ଜ୍ୱରରେ ଶହେରୁ ଅଧିକ ଲୋକ କମ୍ପୁଛନ୍ତି। ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଛାଡୁନି। ତେଣୁ ତ୍ରିପୁରାର ରାଜଧନପରା ଅନ୍ତର୍ଗତ କଲ୍ୟାଣ ସିଂ ଏଡିସି ଗ୍ରାମବାସୀ ମତଦାନ ଅଧିକାର ସାବ୍ୟସ୍ତରୁ ବିରତ ରହିଛନ୍ତି। ଗାଁରେ ସମସ୍ତଙ୍କ ଘରେ ୨-୩ଜଣ ଜ୍ୱରରେ ପୀଡ଼ିତ। ଏପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ ସେବା ଳୋକଙ୍କୁ ଯୋଗାଇ ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପ୍ରବଳ ଜ୍ୱରରେ ଭୋଟଦାନ କେନ୍ଦ୍ରକୁ ଗାଁର ଭୋଟର ଯାଇପାରିବେ ନାହିଁ ବୋଲି ସ୍ଥାନୀୟ ବାସନ୍ଦା ପ୍ରକାଶ କରିଛନ୍ତି। ପୂର୍ବ ତ୍ରିପୁରାରେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଠାରେ ଏପ୍ରିଲ୍‌ ୧୮ରେ ମତଦାନ ବନ୍ଦ କରି ଏହାକୁ ଏପ୍ରିଲ୍‌ ୨୩ରେ କରିବାକୁ ସ୍ଥିର କରିଥିଲେ। ସୂଚନାଯୋଗ୍ୟ, ତ୍ରିପୁରାରେ ୨ଟି ଲୋକ ସଭା ଆସନ ରହିଛି। ଏହା ପୂର୍ବ ଏବଂ ପଶ୍ଚିମ ତ୍ରିପୁରା।

Share