Categories: ଫୁରସତ

ଜ୍ୱାଳାମୁଖୀ ଲାଭାରେ ମାନବ ମସ୍ତିଷ୍କ ତରଳି କାଚରେ ହୋଇଥିଲା ପରିଣତ

ରୋମ୍‌: ଜ୍ୱାଳାମୁଖୀ ଲାଭାରେ ମଣିଷ ମସ୍ତିଷ୍କ ତରଳି ମାଟି ତଳେ ଚାପି ହୋଇ ହଜାର ହଜାର ବର୍ଷ ରହିବା ପରେ କାଚରେ ପରିଣତ ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏନେଇ ଗବେଷକମାନେ ଦୀର୍ଘଦିନ ଗବେଷଣା ପରେ ଜାଣି ପାରିଛନ୍ତି। ୭୯ ଖ୍ରୀଷ୍ଟାବ୍ଦରେ ଇଟାଲୀର ପୋମ୍ପେଇ ସହର ନିକଟରେ ଥିବା ଭେସୁଭିୟସ୍‌ ଜ୍ୱାଳାମୁଖୀରୁ ଅଗ୍ନି ଉଦ୍‌ଗିରଣ ହୋଇଥିଲା। ଏହା ଜନବସତି ଉପରେ ପଡ଼ିଥିଲା। ଫଳରେ ବହୁ ଲୋକ ଏହା ତଳେ ଚାପି ହୋଇ ରହିଯାଇଥିଲେ। ଉତ୍ତପ୍ତ ଲାଭା ଯୋଗୁ ତଳେ ଚାପି ହୋଇ ରହିଥିବା ମାନବ ମସ୍ତିଷ୍କ ତରଳି ହଜାର ହଜାର ବର୍ଷ ପରେ କଳା କାଚରେ ପରିଣତ ହୋଇଥିବା ଗବେଷକ କହିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ସମୟରେ ମିଳିଥିବା ମାନବ କଙ୍କାଳର ମସ୍ତିଷ୍କରେ ଏଭଳି କଳା କାଚ ରହିଥିବା ଗବେଷକ କହିଛନ୍ତି। ତରଳ ଲାଭା ପ୍ରଭାବରେ ମସ୍ତିଷ୍କ ଜଳୁଥିବାବେଳେ ଏହା ମଧ୍ୟରେ ଧୂଆଁ ପଶି ମସ୍ତିଷ୍କ କୋଷିକାରେ ଜମାଟ ବାନ୍ଧିି ଶେଷରେ କଳା କାଚରେ ପରିଣତ ହୋଇଥିଲା ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା ଫେନରିକ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ପିୟେର ପାଓଲୋ ପିନ୍ନୋନେ ସୂଚନା ଦେଇଛନ୍ତି।

Share