Advertisement

ଜୟନ୍ତୀରେ ରାଜା ବାସୁଦେବ ସୁଢଳ ଦେବଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ

ଦେବଗଡ଼,୧୬ା୫(ଡି.ଏନ.ଏ):ଓଡିଆ ସାହିତ୍ୟ ପ୍ରସାର ଓ ପ୍ରଚାରର ମହାନ କର୍ଣ୍ଣଧାର ବାମଣ୍ଡା ରାଜା ସାର୍‌ ବାସୁଦେବ ସୁଢଳ ଦେବଙ୍କ ୧୭୦ତମ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଶନିବାର ତାଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରାଯାଇଛି। ଅଧ୍ୟାାପକ ଚିତ୍ତରଞ୍ଜନ ଦାସ, ଅଧ୍ୟାପକ ଡ. ଭାରତ ଭୂଷଣ ନନ୍ଦ, ଅଧ୍ୟାପକ ଡ. ସନ୍ତୋଷ କୁମାର ଦେବତା, କବି ଭୋଳେଶ୍ୱର ମିଶ୍ର, ଶିକ୍ଷାବିତ ରାମଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ହେମନ୍ତ କୁମାର ମହାପାତ୍ର, ମାର୍କଣ୍ଡେଶ୍ୱର ଶତପଥୀ, ନିରଞ୍ଜନ ଦ୍ୱିବେଦୀ ଓ ବାମଣ୍ଡା ରାଜ ବଂଶର ଦାୟଦ ରୋହିତ ଗଙ୍ଗଦେବ ପ୍ରମୁଖ ରାଜା ସାର୍‌ ବାସୁଦେବ ସୁଢଳ ଦେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share