Categories: ଖେଳ

ଜୟପୁରରେ ଖେଳାଯିବ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୨- ଗତଥର ୨୦୧୯ ସଂସ୍କରଣ ଭଳି ଆଇପିଏଲ ପ୍ଲେଅପ୍ସ ଓ ଫାଇନାଲ ବେଳେ ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଇଭେଣ୍ଟ ପାଇଁ ଜୟପୁର ସଓ୍ବାଇ ମାନସିଂ ଷ୍ଟାଡିୟମକୁ ଚୟନ କରାଯାଇଛି। ତେବେ ଚଳିତବର୍ଷ ହେବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ୪ ଦଳ ଅଂଶଗ୍ରହଣ କରିବେ। ତେବେ ଚତୁର୍ଥ ତଥା ନୂଆ ଦଳର ନାମ ପ୍ରକାଶ କରାଯାଇ ନାହିଁ। କାର୍ଯ୍ୟସୂଚୀ, ଦଳର ନାମ ଓ କେଉଁ ବିଦେଶୀ ଖେଳାଳିମାନେ ଖେଳିବେ ତାହା ପରେ ପ୍ରକାଶ ପାଇବ। ପ୍ରତିଯୋଗିତାରେ ୪ର୍ଥ ଦଳ ସାମିଲ କରାଯିବାରୁ ଲିଗ୍‌ର ମ୍ୟାଚ୍‌ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତବର୍ଷ ଫାଇନାଲ ପୂର୍ବରୁ ୩ ଲିଗ୍‌ ମ୍ୟାଚ୍‌ ଖେଳାଯିବାର ଥିଲା। ୨୦୧୮ରେ ମହିଳା ଟି୨୦ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିଲା। ସେଥର କେବଳ ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା।

Share