ଜୟପୁର,୨୨।୧(ଡି.ଏନ୍.ଏ.): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସଭା ଏମ୍ପି ରୂପା ଗାଙ୍ଗୁଲୀ ବୁଧବାର କୋରାପୁଟ ଜିଲା ଜୟପୁର ଯାତ୍ରା କରିଛନ୍ତି। ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଲାଗି ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଶୋଭାଯାତ୍ରାରେ ସେ ଯୋଗ ଦେଇଥିଲେ। ପରେ ଏ ସମ୍ପର୍କିତ ଏକ ସାଧାରଣ ସଭାରେ ସେ ସିଏଏକୁ ସମର୍ଥନ କରି ଲୋକଙ୍କୁ ସଚେତନ କରିଛନ୍ତି।