ଜୟପୁରରେ ଶୁଭାରମ୍ଭ ହେଲା କୋଭିଡ୍‌ ହସ୍ପିଟାଲ

ଜୟପୁର,୧୩ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାର ଏକମାତ୍ର କୋଭିଡ୍‌ ହସ୍ପିଟାଲ ଜୟପୁରସ୍ଥିତ ପୁରାତନ ଚିକିତ୍ସାଳୟଠାରେ ସୋମବାର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିବା ସହିତ ୩ଟି ଭେଣ୍ଟିଲେଟର ଏବଂ ୨୦ଟି କ୍ୟାବିନ୍‌ ରହିବ। ଏହି ଅବସରରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ହସ୍ପିଟାଲରେ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାର କାରୋନା ଅକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରାଯିବ। ଏଠାରେ ୫୦ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯିବ।

Share