Categories: ଜାତୀୟ

ଜୟପୁର କମିଶନରେଟ୍‌ରେ ଇଣ୍ଟରନେଟ୍‌ ସେବା ସୋମବାର ପର୍ଯ୍ୟନ୍ତ ବନ୍ଦ

ଜୟପୁର,୧୦।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜସ୍ଥାନ ଜୟପୁର କମିଶନରେଟ୍‌ରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ ଶନିବାର ପୂର୍ବାହ୍ନ ୧୦ଟାଠାରୁ ଇଣ୍ଟରନେଟ୍‌ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ପରେ ଏହାର ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ଜୟପୁର କମିଶନରେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଭରତପୁର, ଅଜମେର୍‌, ବୁଣ୍ଡି ଆଦି ଜିଲାରେ ସମସ୍ତ ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Share