Categories: ଜାତୀୟ

ଜୟପୁର ଗଲେ କଂଗ୍ରେସ ବିଧାୟକ

ଜୟପୁର,୧୨ା୩(ପି.ଟି.): ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଘୋଡ଼ାବେପାର ଏଡାଇବା ପାଇଁ ପାଖାପାଖି ୯୦ କଂଗ୍ରେସ ବିଧାୟକଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ନିଆଯାଇଛି। ସେମାନଙ୍କୁ ଜୟପୁରର ଦୁଇଟି ରିସର୍ଟରେ ରଖାଯାଇଛି। କମଲନାଥ ସରକାରଙ୍କ ପ୍ରତି ବିପଦ ନାହିଁ ବୋଲି ଜୟପୁରରେ ପହଞ୍ଚତ୍ଥିବା କଂଗ୍ରେସ ନେତା କାନ୍ତିଲାଲ ଭୁରିଆ କହିଛନ୍ତି। ଯେଉଁ ବିଧାୟକମାନେ ସିନ୍ଧିଆଙ୍କ ସହିତ ଯାଇଛନ୍ତି, ସେମାନଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଧାୟକ ହର୍ଷ ଯାଦବ କହିଛନ୍ତି। ଭାଜପା ଆମ ଦଳର କେତେଜଣ ବିଧାୟକଙ୍କୁ ବିଭ୍ରାନ୍ତ କରିଛି। ତେବେ କମଳନାଥ ସରକାର ତିଷ୍ଠି ରହିବ ବୋଲି କଂଗ୍ରେସ ବିଧାୟକ ମହେଶ ପାର୍‌ମାର ଓ ଶିବଦୟାଲ କହିଛନ୍ତି।

Share