Categories: ଜାତୀୟ

ଜୟପୁର ପରେ ବିହାରକୁ ବ୍ୟାପିଲା କରୋନା ଭାଇରସ୍‌

ପାଟନା,୨୭।୧: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବା ପରେ ଏବେ ଏହା ଭାରତକୁ ବ୍ୟାପିଥିବା ଜଣାପଡ଼ିଛି। ଜୟପୁର ପରେ ବିହାରର ରାଜଧାନୀ ପାଟନାରେ କରୋନା ଭାଇରସ୍‌ର ଏକ ମାମଲା ଦେଖିବାକୁ ମିଳିଛି। ଚାଇନାରୁ ଫେରିଥିବା ଜଣେ ୨୯ ବର୍ଷୀୟ ଯୁବତୀଙ୍କ ମଧ୍ୟରେ କରୋନା ଭାଇରସ୍‌ ପରିଲିକ୍ଷିତ ହେବା ପରେ ତାଙ୍କୁ ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ପିଏମ୍‌ସିଏଚ୍‌)ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଯୁବତୀ ଜଣକ ବିହାରର ଛପରାରେ ରହୁଥିବା ବେଳେ କିଛି ଦିନ ତଳେ ସେ ଚାଇନାରୁ ଫେରିଛନ୍ତି। ରବିବାର ଯୁବତୀ ଜଣକ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ଛପରାର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସ୍ଥାନୀୟ ଡାକ୍ତର ଏହା କରୋନା ଭାଇରସ୍‌ ବୋଲି ଚିହ୍ନଟ କରିଥିଲେ। ଏହାପରେ ସୋମବାର ତାଙ୍କୁ ପିଏମ୍‌ସିଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

Share