Categories: ଜାତୀୟ

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦।୧୨: ରାଜସ୍ଥାନ ଜୟପୁର ବୋମା ବିସ୍ଫୋରଣ ମାମଲାର ଦୀର୍ଘ ୧୧ ବର୍ଷ ପରେ ୪ ଦୋଶୀଙ୍କୁ ଫାଶୀ ଦଣ୍ଡ ମିଳିଛି। ସ୍ପେଶାଲ କୋର୍ଟର ବିଚାରପତି ଅଜୟ କୁମାର ଶର୍ମା ୪ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଦୀର୍ଘ ୧୧ ବର୍ଷ ପରେ ଏହି ରାୟ ପ୍ରକାଶ ପାଇଥିବା ବେଳେ ଏହାକୁ ଅନେକ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୮, ମେ ୧୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୩ ଆହତ ହୋଇଥିଲେ।

Share