Categories: ଫୁରସତ

ଜୟପୁର ରାଜବଂଶ ଶ୍ରୀରାମଙ୍କ ବଂଶଜ :ମହାରାଜା ଭବାନୀ ସିଂହ କୁଶବାହା ବଂଶର ୩୦୭ତମ ରାଜା

ଜୟପୁର: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ୯ ଅଗଷ୍ଟରେ କୋର୍ଟ ରାମଲାଲଙ୍କ ଓକିଲଙ୍କୁ ପଚାରିଥିଲେ, ଭଗବାନ ଶ୍ରୀରାମଙ୍କର କ’ଣ କେହି ବଂଶଜ ଅଯୋଧ୍ୟା କିମ୍ବା ଦୁନିଆରେ ଆଉ କେଉଁଠି ଅଛନ୍ତି?ଏହାର କୌଣସି ତଥ୍ୟ ନାହିଁଁ ବୋଲି ଓକିଲ କହିଥିଲେ , କିନ୍ତୁ ଭଗବାନ ରାମଙ୍କ ବଡ ପୁଅ କୁଶଙ୍କ ନାମାନୁସାରେ ଖ୍ୟାତ କଚ୍ଛବାହା ବା କୁଶବାହା ବଂଶଜ ବୋଲି ଜୟପୁର ରାଜବଂଶ ପକ୍ଷରୁ କୁହାଯାଉଛି। ଏହା ସମ୍ବନ୍ଧୀୟ ତଥ୍ୟ ଇତିହାସରେ ରହିଛି। ଏହି ରାଜବଂଶର ପୂର୍ବ ରାଜକୁମାରୀ ଦିୟାକୁମାରୀ ଏହାର ପ୍ରମାଣ ଦେଇଛନ୍ତି। ସେ ମଧ୍ୟ ଏକ ଲିଖିତ୍ତ ତଥ୍ୟ ଦେଖାଇଥିଲେ ଯେଉଁଥିରେ ଶ୍ରୀରାମଙ୍କ ବଂଶର ସମସ୍ତ ପୂର୍ବଜଙ୍କ ନାମ କ୍ରମାନ୍ବୟରେ ଉଲ୍ଲେଖ କରାଯାଇଥିଲା। ଏଥିରେ ସଓ୍ବାଇ ଜୟସିଂହ ୨୮୯ ଓ ମହାରାଜା ଭବାନୀ ସିଂହଙ୍କୁ ୩୦୭ ତମ ରାଜା ବୋଲି ଦର୍ଶାଯାଇଛି। ଏହା ବ୍ୟତୀତ ପୋଥିଖାନାର ନକ୍ସା ମଧ୍ୟ ରହିଛି। କୁଶବାହ ବଂଶାବଳୀ ଅନୁସାରେ ଦଶରଥ ମହାରାଜା ୬୨ତମ ରାଜା ଥିଲେ। ତାଙ୍କ ପରେ ଭଗବାନ ରାମ ୬୩ ଓ ତାଙ୍କ ବଡ଼ ପୁଅ କୁଶ ୬୪ତମ ରାଜା ଥିଲେ ।
ସିଟି ପ୍ୟାଲେସର ପୋଥିଖାନାରେ ୯ଟି ରେକର୍ଡ ଓ ୨ଟି ନକ୍ସାରୁ ଜଣାପଡୁଛି ଯେ,ଅଯୋଧ୍ୟାର ଜୟସିଂହପୁରା ଓ ରାମ ଜନ୍ମ୍‌ସ୍ଥାନ ସଓ୍ବାଇ ଜୟସିଂହ ଦ୍ୱିତୀୟଙ୍କ ଅଧୀନରେ ରହିଥିଲା। ପ୍ରଖ୍ୟାତ ଏ୍ୟତିହାସିକ ଆର୍‌. ନାଥଙ୍କ ‘ଦି ଜୟସିଂହପୁରା ଅଫ୍‌ ସବାଇ ରାଜା ଜୟସିଂହ ଆଟ୍‌ ଅଯୋଧ୍ୟ’ର ଆନେକ୍ସଚର-୨ ମୁତାବକ ଅଯୋଧ୍ୟାର ରାମ ଜନ୍ମସ୍ଥାନ ଉପରେ କଚ୍ଛବାହା ବଂଶର ଅଧିକାର ରହିଛି। ଆଉରଙ୍ଗଜେବଙ୍କ ମୃତ୍ୟୁପରେ ସଓ୍ବାଇ ଜୟସିଂହ ୧୭୧୭ ରୁ ୧୭୨୫ ମଧ୍ୟରେ ଅଯୋଧ୍ୟାରେ ରାମ ଜନ୍ମସ୍ଥାନ ମନ୍ଦିର ନିର୍ମାଣ କରିଥିଲେ । ୧୭୭୬ରେ ନବାବ ବଜିର ଅସଫ-ଉଦ-ଦୋଲା ରାଜା ଭବାନୀ ସିଂହଙ୍କୁ ଅଯୋଧ୍ୟା ଓ ଜୟସିଂହପୁରା କାହାକୁ ଦଖଲ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ଜମି ସବୁବେଳେ କଚ୍ଛବାହା ବଂଶ ଅଧୀନରେ ରହିବ ବୋଲି କହିଥିଲେ। ଜୟପୁର ରାଜ ପରିବାରର ପୂର୍ବ ରାଜମାତା ପଦ୍ମିନୀ ଦେବୀ ନିଜକୁ ରାମଙ୍କ ବଂଶଜ ବୋଲି କହିଛନ୍ତି ଓ ଏହି ମାମଲା ଶୀଘ୍ର ସମାଧାନ ହେବା ଲାଗି ଆଶା ପ୍ରକାଶ କରିଛନ୍ତି। ସବୁ ରେକର୍ଡ ପୋଥିଖାନାରେ ରହିଛି , ତଥାପି ଏହା ବିଚାରରେ କୌଣସି ବାଧା ଆଣୁ ବୋଲି ସେ ଚାହାନ୍ତି ନାହିଁ। କାରଣ, ଶ୍ରୀରାମ ସମସ୍ତଙ୍କ ଅସ୍ଥାର ପ୍ରତୀକ ବୋଲି ସେ କହିଛନ୍ତି। ଏହାବ୍ୟତୀତ ଜୟପୁର ରାଜବଂଶର ପୂର୍ବ ରାଜକୁମାରୀ ଦିୟାକୁମାରୀ କହନ୍ତି,ସାରା ଦୁନିଆରେ ଭଗବାନ ଶ୍ରୀରାମଙ୍କ ବଂଶଜ ରହିଛନ୍ତି। ଆମେ ବି ସେଥିରେ ରହିଛୁ ଯିଏ କି ରାମଙ୍କ ପୁଅ କୁଶଙ୍କ ବଂଶଜ। ଏହା ଇତିହାସରୁ ସ୍ପଷ୍ଟ ଜଣାପଡେ। ତଥାପି ରାମ ମନ୍ଦିର ଶୁଣାଣି ଶୀଘ୍ର ହେଉ ବୋଲି ସେ କହିଛନ୍ତି।

Share