Categories: ଜାତୀୟ

ଜୟଲଲିଥାଙ୍କୁ ସମର୍ପିତ କରାଯିବ ୫୦ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ସ୍ମାରକ

ଚେନ୍ନାଇ,୬।୧: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜେ. ଜୟଲଲିଥାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକକୁ ସମର୍ପିତ କରାଯିବ ବୋଲି ଜଣାପଡିଛି। ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ସୋମବାର ଏହା ଘୋଷଣା କରିଛନ୍ତି। ପ୍ରାୟ ୫୦.୮୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଉଥିବା ଏହି ସ୍ମାରକର ନିର୍ମାଣକାର୍ଯ୍ୟ ଖୁବ୍‌ଶୀଘ୍ର ସରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜୟଲଲିଥା ତାମିଲନାଡୁର ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବେଶ୍‌ ଜଣାଶୁଣା ଥିଲେ।

Share