ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ କଙ୍ଗନା ରନାଓ୍ବତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ ‘ଥଲାଭି’ରେ ନଜର ଆସିବେ। ଜୟଲଳିଥାଙ୍କ ଭଳି ଦେଖାଯିବା ଓ ତାଙ୍କ ଚରିତ୍ରକୁ ଆପଣାଇବାକୁ ସେ ବହୁ ପରିଶ୍ରମ କରୁଛନ୍ତି। ଏଥିପାଇଁ ସେ ହଲିଉଡର ଏକ୍ସପର୍ଟ ଜେସନ କୋଲିନ୍ସଙ୍କ ସହ ବିଭିନ୍ନ ପ୍ରକାରର ଲୁକ୍‌ ଟେଷ୍ଟ ଦେଉଥିବା ଦେଖିବାକୁ ମିଳିଛି। ଏନେଇ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ଦେଖିଲେ କଙ୍ଗନାଙ୍କୁ ଜମା ଚିହ୍ନି ହେଉନି। ଜୟଲଳିଥାଙ୍କ ଭଳି ଦେଖାଯିବା ପାଇଁ କଙ୍ଗନା ପ୍ରୋସ୍ଥେଟିକ୍‌ ମେକ୍‌ଅପ୍‌ର ସାହାଯ୍ୟ ନେବେ। ଆଉ ଏଥିପାଇଁ ସେ ଲୁକ୍‌ ଟେଷ୍ଟ ଦେବାକୁ ଦୁଇ ଦିନ ପୂର୍ବରୁ ଲସ ଏଞ୍ଜେଲେସ୍‌ ଯାଇଥିବା ଜଣାପଡ଼ିଛି। ଏ.ଏଲ୍‌. ବିଜୟଙ୍କ ନିର୍ଦ୍ଦେଶତି ଏହି ଫିଲ୍ମକୁ ତାମିଲ, ତେଲଗୁ ଓ ହିନ୍ଦୀରେ ରିଲିଜ କରାଯିବ। ତାମିଲରେ ‘ଥଲାଭି’ ଓ ହିନ୍ଦୀରେ ‘ଜୟା’ ନାମରେ ଏହି ଫିଲ୍ମକୁ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି।

Share