ଜୟଶଙ୍କର ଶ୍ରେଷ୍ଠ କୂଟନୀତିଜ୍ଞ

ଓ୍ବାଶିଂଟନ,୯ା୬(ପି.ଟି.): ଭାରତର ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କରଙ୍କ ନିଯୁକ୍ତିକୁ ଆମେରିକାର କେତେଜଣ ପୂର୍ବତନ କୂଟନୀତିଜ୍ଞ ତଥା ବିଦେଶ ନୀତି ବିଶେଷଜ୍ଞ ପ୍ରଶଂସା କରିଛନ୍ତି। ଜୟଶଙ୍କର ବିଶ୍ୱର ଜଣେ ଶ୍ରେଷ୍ଠ କୂଟନୀତିଜ୍ଞ ବୋଲି ସେମାନେ ମତ ଦେଇଛନ୍ତି। ତାଙ୍କ ସମୟରେ ଭାରତ-ଆମେରିକା ରଣନୀତିକ ସମ୍ପର୍କ ଅଧିକ ସୁଦୃଢ଼ ହେବା ନେଇ ସେମାନେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି। ୨୦୧୩ରୁ ୨୦୧୫ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ଜୟଶଙ୍କର ଜଣେ ପାରଦର୍ଶୀ କୂଟନୀତିଜ୍ଞ ଯାହାଙ୍କର ବିଶ୍ୱ ରଣନୀତିଜ୍ଞ ଭାବେ ଯଥେଷ୍ଟ ଅଭିଜ୍ଞତା ରହିଛି ବୋଲି ନିଶା ଦେଶାଇ ବିଶ୍ୱାଳ କହିଛନ୍ତି।

Share