ଜୟାଙ୍କ ସହ ଲଣ୍ଡନ ଯିବା ପୂର୍ବରୁ ଅମିତାଭଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ ବାପା: ପୂରା ଘଟଣା ଜାଣିଲେ…

ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ ପରେ ଜୟାଙ୍କୁ ବିବାହ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଚକିତକରେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ ଏକ ବିଶେଷ କଥା। ଚଳଚ୍ଚିତ୍ର ଜଞ୍ଜିରର ସଫଳତା ପରେ ସେ ଯେତେବେଳେ ଜୟା ଏବଂ ବନ୍ଧୁମାନଙ୍କ ସହ ଲଣ୍ଡନ ଯିବାକୁ ବାହାରିଥିଲେ, ସେତେବେଳେ ପିତା ହରିବଂଶରାୟ ବଚ୍ଚନ ତାଙ୍କ ନିକଟରେ ସର୍ତ୍ତ ରଖିଥିଲେ। ବିବାହ କରି ସାରିବା ପରେ ଉଭୟ ଲଣ୍ଡନ ଯାଇପାରିବେ ବୋଲି ସେ କହିଥିଲେ। ଏଣୁ ବୁଲିବାକୁ ଯିବା ପୂର୍ବରୁ ଅର୍ଥାତ୍‌ ୩ ଜୁନ୍‌ ୧୯୭୩ରେ ଉଭୟଙ୍କ ବିବାହ ହୋଇଥିଲା । ଉଭୟେ ସେହିଦିନ ହନିମୁନ୍‌ ଲାଗି ଲଣ୍ଡନ ଯାଇଥିଲେ।
ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟେ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ ବିବାହ ହଠାତ୍‌ ହୋଇଥିଲା। ପ୍ରେମିକା ହିସାବରେ ନୁହେଁ ବରଂ ସ୍ତ୍ରୀ ଭାବେ ଅମିତାଭଙ୍କ ସହ ଜୟା ବୁଲିବାକୁ ଯାଇପାରିବେ ବୋଲି ବାପାଙ୍କ ସର୍ତ୍ତକୁ ରଖିଥିଲେ ବିଗ୍‌ ବି।

Share