Categories: ଜାତୀୟ

ଜୟାପ୍ରଦାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି

ରାମପୁର,୭।୩: ଆଚାର ସଂହିତା ଉଲ୍ଲଂଘନ ମାମଲାରେ ପୂର୍ବତନ ଏମ୍‌ପି ଜୟାପ୍ରଦା ହାଜର ନ ହେବାରୁ କୋର୍ଟ ତାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୦ରେ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜୟାପ୍ରଦା ରାମପୁର ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ଲଢିଥିଲେ। ତାଙ୍କ ବିରୋଧରେ ସ୍ବରା କୋତଓ୍ବାଲିରେ ଆଚାର ସଂହିତ ଉଲ୍ଲଂଘନ ମାମଲା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି ଏଡିଜି-୬ କୋର୍ଟରେ ଚାଲିଥିଲା। ଏବେ ଏହି କୋର୍ଟ ତାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରିଛନ୍ତି।

Share