‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀର ବିନା ନିଶ ଥିବା ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହା ତାଙ୍କର ଆଗାମୀ ଫିଲ୍ମର ଲୁକ୍‌ ବୋଲି କୁହାଯାଉଛି। ଏହି ଫଟୋ ପୋଷ୍ଟ କରିବା ସହ ସେ ନିଜକୁ ଏ ଚିକ୍‌ନା ବୋଲି କହିଛନ୍ତି। ୟଶରାଜ ଫିଲ୍ମ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେଉଛି। ନିର୍ମାଣ ଦାୟିତ୍ୱରେ ରହିଛନ୍ତି ଦିବ୍ୟାଙ୍ଗ ଠକ୍କର। ଏହି ଫିଲ୍ମ ପାଇଁ ରଣବୀର ନିଜ ଗୁଜୁରାଟୀ ବନ୍ଧୁଙ୍କ ସହ ସାକ୍ଷାତ କରିବା ସହ ଗୁଜୁଟାଟି ଷ୍ଟାଇଲରେ ହିନ୍ଦୀ କହିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଫିଲ୍ମ କେତେ ସଫଳ ହେଉଛି ତାହା ରିଲିଜ୍‌ ପରେ ଜଣାପଡ଼ିବ।

Share