ଜୟ ହିନ୍ଦ୍‌ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା

ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ସେ ଏହାର କଡ଼ା ଜବାବ ରଖି ସମାଧାନ କରିଦିଅନ୍ତି। ଶନିବାର ଲସ୍‌ଏଞ୍ଜେଲସ୍‌ରେ ଚାଲିଥିବା ଏକ ଉତ୍ସବରେ ପ୍ରିୟଙ୍କା ପହଞ୍ଚି ଜଣେ ପାକିସ୍ତାନୀ ମହିଳାଙ୍କଠାରୁ ରୋଷର ଶିକାର ହୋଇଛନ୍ତି।

ପ୍ରିୟଙ୍କା ଉତ୍ସବର କିଛି ସମୟ ପୂର୍ବରୁ ଟୁଇଟ୍‌ କରି ଜୟ ହିନ୍ଦ୍‌, ହିନ୍ଦୁସ୍ତାନ ଅମର ରହେ ଲେଖିଥିଲେ। ଏହାକୁ ନେଇ ଜଣେ ପାକିସ୍ତାନୀ ମହିଳା ପ୍ରିୟଙ୍କାଙ୍କୁ କହିଲେ, ଆପଣ ଶାନ୍ତି ପାଇଁ ସଂଯୁକ୍ତ ରାଷ୍ଟ୍ରର ଆମ୍ବାସଡାର। ଏପରି ଲେଖି ଆପଣ ପାକିସ୍ତାନରେ ପରମାଣୁ ଯୁଦ୍ଧ ଲାଗି ପ୍ରୋତ୍ସାହନ କରୁଛନ୍ତି। ମହିଳାଙ୍କ ଏପରି କଥା ଶୁଣି ପ୍ରିୟଙ୍କା ଶାନ୍ତ ଭାବରେ ଉତ୍ତର ଦେଲେ ପାକିସ୍ତାନରେ ମୋର କିଛି ସାଙ୍ଗ ରହିଛନ୍ତି। ଆଉ ମୁଁ ଭାରତରେ। ଯୁଦ୍ଧ ଏମିତି କୌଣସି ଜିନିଷ ନୁହେଁ ଯେ, ମୁଁ ପ୍ରୋତ୍ସାହିତ କରିବି। ମୁଁ ଦେଶଭକ୍ତ। ମୋତେ ଯେଉଁମାନେ ଭଲ ପାଉଛନ୍ତି ମୁଁ ସେମାନଙ୍କ ଭାବନାକୁ କାହିଁକି ଆଘାତ କରିବି। ପ୍ରିୟଙ୍କା ଆହୁରି କହିଛନ୍ତି, ମୋତେ ଲାଗୁଛି ଆମ ମଝିରେ ଗୋଟିଏ ରାସ୍ତା। ଯେଉଁବାଟ ଦେଇ ଆମକୁ ଯିବାକୁ ପଡ଼ିବ। ଆପଣ ଏପରି କୁହନ୍ତୁ ନାହିଁ। ମୁଁ ସମସ୍ତଙ୍କ ଭଲପାଇବା ପାଇଁ ଏଠି ଅର୍ଥାତ ଲସ୍‌ ଏଞ୍ଜେଲସ୍‌ରେ। ଏହା ପରେ ମହିଳାଙ୍କ ପାଟି ଚୁପ୍‌ ହୋଇ ଯାଇଥିଲା।

Share