Categories: ଜାତୀୟ

ଜରୁରୀ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଶିମଲା,୧୦।୮: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବର୍ତ୍ତମାନ ଉପର ଶିମଲା ଗସ୍ତରେ ଅଛନ୍ତି। ଯେଉଁଠାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ରାମପୁରର ବିଥଲରେ ଅବତରଣ କରିବାର ଥିଲା, କିନ୍ତୁ ହେଲିକପ୍ଟରଟି ଚିହ୍ନିତ ସ୍ଥାନରେ ଅବତରଣ କରିପାରି ନ ଥିଲା। ଏହା ପରେ ଶୀଘ୍ର ପାଇଲଟଙ୍କୁ ଚିହ୍ନିତ ସ୍ଥାନଠାରୁ ୫୦୦ମିଟର ଦୂରରେ ହେଲିକପ୍ଟରକୁ ଅବତରଣ କରିବାକୁ ପଡିଛି।

ତେବେ ହେଲିକପ୍ଟରରେ ଥିବା ସମସ୍ତ ଲୋକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସହ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ, ଥିୟୋଗ ବିଧାୟକ କୁଲଦୀପ ସିଂ ରାଠୋର ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ। ଜେଏସଡବ୍ଲୁ କମ୍ପାନୀର ପ୍ରୋଜେକ୍ଟ ପରିସରରେ ସ୍ଥାନୀୟ ପ୍ରଶାସନ ଏକ ହେଲିପ୍ୟାଡ ତିଆରି କରିଥିଲେ, କିନ୍ତୁ ଏଠାରେ ଅବତରଣ ହୋଇପାରିଲା ନାହିଁ।

Share