ଝଡବର୍ଷାରେ କ୍ଷତିଗ୍ରସ୍ତଙ୍କୁ ମିଳିଲା ପଲିଥିନ

ବିନିକା, ୨୭ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ଅଞ୍ଚଳରେ ଗତ ୫ଦିନ ହେଲା ଅଦିନିଆ ଝଡ ତୋଫାନ ସହ ବର୍ଷା ଲାଗି ରହିଛି। ଏଥିଯୋଗୁ ଧନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଛି। ଲକ୍‌ଡାଉନରେ ଥିବା ବିନିକାବାସୀ ଝଡତୋଫାନ ଯୋଗୁ ବ୍ୟାପଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବ୍ଲକ ଅନ୍ତର୍ଗତ ସିଂଘିଯୁବା ଗ୍ରାମର ଅଜିତ କୁମାର ଦାଶ ଓ ସୁରେଶ ଦାସଙ୍କ ଆଜଜବେଷ୍ଟସ ଛାତ ଝଡବତାସରେ ଉଡି ଯାଇଛି। ଖବର ପାଇ ରାଜସ୍ବ ନିରୀକ୍ଷକ ସରୋଜ ବାଘ କ୍ଷୟକ୍ଷତି ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ କରିଥିଲେ। ପରେ ତହସିଲଦାର ଅଲେଖ ଘୁଟା ଉଭୟଙ୍କୁ ପଲିଥିନ ପ୍ରଦାନ କରିଛନ୍ତି। ଯଥାଶୀଘ୍ର ସେମାନଙ୍କୁ କ୍ଷୟକ୍ଷତି ମୁତାବକ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଘୁଟା କହିଛନ୍ତି।

Share