ଚିତ୍ରକୋଣ୍ଡା,୩୦।୫: ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକାମାମୁଡ଼ି ପଞ୍ଚାୟତ ବାମେରିଙ୍ଗ ଗଁାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଉକ୍ତ ଗଁାରେ ଥିବା ଏକ ନଦୀକୁ ଡଙ୍ଗାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ଝଡ଼ ତୋଫାନ ଆସିବାରୁ ଡଙ୍ଗା ଓଲଟିପଡ଼ି ବୁଡ଼ି ଯାଇଥିଲା। ଫଳରେ ଆଙ୍ଗ୍ରା ପାଣିରେ ବୁଡି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବାରୁ ଦୀର୍ଘ ୧୨ଘଣ୍ଟା ପରେ ମୃତଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।