ଜାମ୍ପାଙ୍କୁ ଭର୍ତ୍ସନା

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ୍‌ ଜାମ୍ପାଙ୍କୁ ଆଇସିସି ପକ୍ଷରୁ ଭର୍ତ୍ସନା କରାଯାଇଛି। ଏଥିସହ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିବା ପାଇଁ ତାଙ୍କୁ ଏକ ନେଗେଟିଭ ପଏଣ୍ଟ ପ୍ରଦାନ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରତିପକ୍ଷ ଖେଳାଳିଙ୍କୁ ଗାଳି ଦେଇଥିବା ଶୁଣିବାକୁ ମିଳିଥିଲା। ଏହି ଘଟଣା ୨୯ତମ ଓଭରରେ ଓ୍ବେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ କରୁଥିବାବେଳେ ଘଟିଥିଲା। ସେ ଯେଉଁ ଗାଳି ଦେଇଥିଲେ, ତାହା ଫିଲ୍ଡ ଅମ୍ପାୟର ଶୁଣିଥିଲେ। ମ୍ୟାଚ୍‌ ପରେ ସେ ଦୋଷ ସ୍ବୀକାର କରି ନେଇଛନ୍ତି। ଏଣୁ ଏହି ଘଟଣାର କୌଣସି ତଦନ୍ତ ହେବ ନାହିଁ।

Share