ଫ୍ଲୋରିଡା,୩।୬: ଏକା ଥିବା ଜଣେ ୭୭ ବର୍ଷ ବୟସ୍କା ବୃଦ୍ଧାଙ୍କ ଘରେ ୧୧ ଫୁଟ ଲମ୍ବା କୁମ୍ଭୀର ପଶିଥିବା ଖବର ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଝରକା ବାଟେ ଏହି ବିରାଟକାୟ କୁମ୍ଭୀର ଘରେ ପଶିଥିବା ମାରୀ ହୁସ୍ୟୁଛେନ୍ ସୂଚନା ଦେଇଛନ୍ତି। ମଧ୍ୟ ରାତି ପରେ କୁମ୍ଭୀର ତାଙ୍କ ଘରେ ପଣିଥିବାର ଅନୁମାନ କରାଯାଉଛି। ଶବ୍ଦ ଶୁଣି ବୃଦ୍ଧା ଜଣକ ରୋଷେଇ ଘର କବାଟ ଖୋଲିଥିଲେ। ସେଠାରେ କୁମ୍ଭୀର ଥିବା ଦେଖି ଭୟରେ ୯୧୧କୁ କଲ୍ କରିଥିଲେ। ଏହା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି କୁମ୍ଭୀରକୁ ଧରିଥିବା କୁହାଯାଉଛି।