ଝରିଗାଁରେ ବିଜେଡିର ପ୍ରକାଶ ମାଝି ବିଜୟୀ

ନବରଙ୍ଗପୁର,୨୩ା୫(ବି.ପ୍ର.): ନବରଙ୍ଗପୁର ଜିଲା ଅଧୀନ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜି ମାରିଛି। ବିଜେଡିର ପ୍ରକାଶ ଚନ୍ଦ୍ର ମାଝି ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଉଲଧର ମାଝିଙ୍କୁ ୩୧,୨୭୫ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗଣତିରେ ମୋଟ ୧,୭୪,୩୬୨ ଭୋଟ୍‌ରୁ କଂଗ୍ରେସର ଉଲଧର ମାଝିଙ୍କୁ ୪୬,୪୪୪, ଭାଜପାର ପର୍ଶୁରାମ ମାଝିଙ୍କୁ ୩୯,୫୨୭, ବିଜୁ ଜନତା ଦଳର ପ୍ରକାଶ ଚନ୍ଦ୍ର ମାଝିଙ୍କୁ ୭୭,୭୧୯ ଓ ସ୍ବାଧୀନ ପ୍ରାର୍ଥୀ ସୁନିତା ବଞ୍ଜାରାଙ୍କୁ ୪,୯୩୩ ଭୋଟ୍‌ ମିଳିଛି। ୫,୬୮୯ଟି ଭୋଟ୍‌ ନୋଟାକୁ ଯାଇଛି।

Share