Categories: ଜାତୀୟ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଲେ ୬ ବିପକ୍ଷ ବିଧାୟକ

ରାଞ୍ଚି,୨୩।୧୦:ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁଖଦେବ ଭଗତ ଭାଜପାରେ ଯୋଗ ଦେଇଛନ୍ତି। ଏହାସହ ବିପକ୍ଷର ଅନ୍ୟ ୫ଜଣ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଉପସ୍ଥିତି ଏମାନେ ଦଳରେ ମିଶିଛନ୍ତି। ଭାଜପାରେ ମିଶିଥିବା ବିଧାୟକମାନେ ହେଲେ ମନୋଜ ଯାଦବ(କଂଗ୍ରେସ), କୁନାଲ ସାରଙ୍ଗୀ(ଜେଏମଏମ), ଜେପି ଭାଇ ପଟେଲ(ଜେଏମଏମ), ଚମରା ଲିଣ୍ଡ(ଜେଏମଏମ) ଏବଂ ଭାନୁ ପ୍ରଭା ଶାହି(ନୌଯବାନ ସଂଘର୍ଷ ମୋର୍ଚ୍ଚା)।

Share